ସୋଶିଆଲ୍ ମିଡିଆ ହେଉଛି ଇଣ୍ଟରାକ୍ଟିଭ୍ ଟେକ୍ନୋଲୋଜୀ ଯାହା ଭର୍ଚୁଆଲ୍ କମ୍ୟୁନିଟୀ ଏବଂ ନେଟୱାର୍କ ମାଧ୍ୟମରେ ସୂଚନା, ବିଚାର, ରୁଚି ଏବଂ ଅନ୍ୟାନ୍ୟ ଅଭିବ୍ୟକ୍ତିର ସୃଷ୍ଟି ଏବଂ ଅଂଶୀଦାର କରିବାର ସୁବିଧା ପ୍ରଦାନ କରିଥାଏ ସୋଶିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ଡିଜିଟାଲ୍ ବ୍ୟବହାରକାରୀମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାକୁ, ସୂଚନା ଅଂଶୀଦାର କରିବାକୁ ଏବଂ ବିଷୟବସ୍ତୁ ସୃଷ୍ଟି (କଣ୍ଟେଣ୍ଟ କ୍ରିଏଟ୍) କରିବାକୁ ଅନୁମତି ଦେଇଥାଏ

ସୋଶିଆଲ୍ ମିଡିଆର ବୈଶିଷ୍ଟମାନ

  • ସୋଶିଆଲ୍ ମିଡିଆ ହେଉଛି ଇଣ୍ଟରାକ୍ଟିଭ୍ ଇଣ୍ଟରନେଟ୍ ଆଧାରିତ ପ୍ଲାଟଫର୍ମ

  • ବ୍ୟବହାରକାରୀ-ଜନିତ ବିଷୟବସ୍ତୁ ଯେପରିକି ଟେକ୍ସଟ୍, ପୋଷ୍ଟ, କମେଣ୍ଟ, ଡିଜିଟାଲ୍ ଫଟୋ, ଭିଡିଓ, ଏବଂ ସମସ୍ତ ଅନଲାଇନ୍ ପାରସ୍ପରିକ କ୍ରିୟା ମାଧ୍ୟମରେ ସୃଷ୍ଟି ହୋଇଥିବା ତଥ୍ୟ ହେଉଛି ସୋଶିଆଲ୍ ମିଡିଆର ଜୀବନ ଧାରା

  • ବ୍ୟବହାରକାରୀମାନେ ସେହି ୱେବସାଇଟ୍ କିମ୍ବା ଆପ୍ସ ପାଇଁ ସେବା-ବିଶିଷ୍ଟ ପ୍ରୋଫାଇଲ୍ ତିଆରି କରନ୍ତି ଯାହା ସୋଶିଆଲ୍ ମିଡିଆ ସଂଗଠନ ଦ୍ୱାରା ଡିଜାଇନ୍ ତଥା ରକ୍ଷଣାବେକ୍ଷଣ କରାଯାଇଥାଏ

  • ସୋଶିଆଲ ମିଡିଆ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍କୁ ଅନ୍ୟ ବ୍ୟକ୍ତି କିମ୍ବା ଗୋଷ୍ଠୀର ପ୍ରୋଫାଇଲ୍ ସହିତ ସଂଯୋଗ କରି ଅନଲାଇନ୍ ସୋଶିଆଲ୍ ନେଟୱାର୍କକୁ ବଢ଼ାଇବାରେ ସାହାଯ୍ୟ କରେ