ଡମ୍ପଷ୍ଟର୍ ଡାଇଭିଂ ସମ୍ବେଦନଶୀଳ କିମ୍ବା ମୂଲ୍ୟବାନ ସୂଚନା ପ୍ରାପ୍ତ କରିବା ଲକ୍ଷ୍ୟ ସହିତ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଆବର୍ଜନା ପାତ୍ର କିମ୍ବା ରିସାଇକ୍ଲିଂ ବିନ୍ ମାଧ୍ୟମରେ ଖୋଜିବାର ଅଭ୍ୟାସକୁ ସଂଦର୍ଭିତ କରିଥାଏ ଯାହା ଫିସିଂ, ସ୍ପିଅର୍‌ ଫିସିଂ, ପରିଚୟ ଚୋରି ଇତ୍ୟାଦି ପରି ସାଇବର୍‌ ଆକ୍ରମଣ ପାଇଁ ଠକମାନଙ୍କ ଦ୍ୱାରା ଅପବ୍ୟବହାର ହୋଇପାରେ।

ଏହା ଏକ ପ୍ରକାରର ସୋଶିଆଲ୍‌ ଇଞ୍ଜିନିୟରିଂ ଆକ୍ରମଣ ଯାହା ଠକମାନଙ୍କ ଦ୍ୱାରା ଅପବ୍ୟବହାର ପାଇଁ ସମ୍ବେଦନଶୀଳ ସୂଚନା ସଂଗ୍ରହ ପାଇଁ ମାନବୀୟ ଦୁର୍ବଳତାର ଲାଭ ଉଠାଇବା ଉପରେ ନିର୍ଭର କରିଥାଏ। ଏହି ସୂଚନାରେ ଗୋପନୀୟ ଦସ୍ତାବିଜ, ପରିତ୍ୟକ୍ତ କମ୍ପ୍ୟୁଟର ଉପକରଣ, କିମ୍ବା ଅନ୍ୟାନ୍ୟ ଭୌତିକ ମିଡିଆକୁ ଅନ୍ତର୍ଭୁକ୍ତ କରିପାରେ, ଯେଉଁଥିରେ ସମ୍ବେଦନଶୀଳ ସୂଚନା ରହିଥାଇପାରେ, ଯେପରିକି ପାସୱର୍ଡ, ଅକାଉଣ୍ଟ ନମ୍ବର କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ଚିହ୍ନଟ ଯୋଗ୍ୟ ସୂଚନା।

ଉଦାହରଣ:

  • ଗୋପନୀୟ ଦସ୍ତାବିଜ ପା କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ କପି ଇତ୍ୟାଦିର ପରିତ୍ୟକ୍ତ ଫଟୋକପି ଅପବ୍ୟବହାର,

  • ପରିତ୍ୟକ୍ତ କମ୍ପ୍ୟୁଟର ଉପକରଣର ଅପବ୍ୟବହାର

  • ସମୟସୀମା ସରିଥିବା କ୍ରେଡିଟ୍ / ଡେବିଟ୍ କାର୍ଡର ଅପବ୍ୟବହାର,

  • ବ୍ୟାଙ୍କ ଷ୍ଟେଟମେଣ୍ଟ ପ୍ରିଣ୍ଟ ଆଉଟ୍ ଇତ୍ୟାଦିର ଅପବ୍ୟବହାର,