ଯେତେବେଳେ କୌଣସି ଠକ ଏକ ଇଣ୍ଟରନେଟ୍ ଟେଲିଫୋନ୍ ସେବା (VoIP) ବ୍ୟବହାର କରନ୍ତି ଏବଂ ନିଜ ଟାର୍ଗେଟ୍‌ଙ୍କୁ ସମ୍ବେଦନଶୀଳ ବ୍ୟକ୍ତିଗତ / ଆର୍ଥିକ ସୂଚନା ପ୍ରକାଶ କରିବାକୁ କୁହନ୍ତି, ଏହାକୁ ଭିସିଙ୍ଗ୍ ବା ଭଏସ୍ ଫିସିଂ କୁହାଯାଇଥାଏ। ଏହା ଫିସିଂ ଆକ୍ରମଣର ଏକ ପ୍ରକାର। ଏପରି ଠକାମୀପୂର୍ଣ୍ଣ ଭଏସ୍ କଲ୍ କରୁଥିବା ଠକମାନଙ୍କୁ ଭିସର୍ କୁହାଯାଇଥାଏ।

ସେମାନେ ନକଲି କଲର୍ ଆଇଡି ପ୍ରୋଫାଇଲ୍ (‘କଲର୍ ଆଇଡି ସ୍ପୁଫିଂ) ତିଆରି କରନ୍ତି ଯାହାଦ୍ୱାରା ଫୋନ୍ ନମ୍ବର ବୈଧ ଲାଗିଥାଏ। ଭିସିଂର ଉଦ୍ଦେଶ୍ୟ ବହୁତ ସରଳ, ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରି ଟଙ୍କା କିମ୍ବା ପରିଚୟ ଚୋରି କରିବା, କିମ୍ବା ଉଭୟ

ଆହୁରି ମଧ୍ୟ ଠକମାନେ ମଧ୍ୟ ବ୍ୟବହାରକାରୀଙ୍କୁ ଠକିବା କିମ୍ବା ପ୍ରବର୍ତ୍ତାଇବା ପାଇଁ ସୋଶିଆଲ୍‌ ଇଞ୍ଜିନିୟରିଂ କୌଶଳ, ମାନସିକ ଏବଂ ସାମାଜିକ ପଦ୍ଧତି ବ୍ୟବହାର କରନ୍ତି। ସେମାନଙ୍କୁ ସୂଚନା ପ୍ରଦାନ କରିବାକୁ କିମ୍ବା ଜାଲି କଲ୍ କିମ୍ବା ଭିସିଂ ଆକ୍ରମଣ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସେମାନେ ବ୍ୟବହାରକାରୀଙ୍କ ଭାବନାକୁ ଟାର୍ଗେଟ୍ କରନ୍ତି।

ଯେଉଁ ଉପାୟରେ ଭିସିଆକ୍ରମଣ ୋଇଥାଏ

ଏହି ଶଳରେ ଠକ ଜଣକ ଆର୍ଥିକ ଠକେଇ ପାଇଁ ସମ୍ବେଦନଶୀଳ ସୂଚନା ପ୍ରକାଶ କରିବା ପାଇଁ ବ୍ୟବହାରକାରୀଙ୍କୁ ଠକିପାରନ୍ତି/ପ୍ରବର୍ତ୍ତାଇପାରନ୍ତି।

  • କଲର୍ ଆଇଡିକୁ ସ୍ପୁଫ୍ କରାଯାଇ ଏହା ଦେଖାଇବା ଯେ ଏହା ବିଶ୍ୱସ୍ତ ଉତ୍ସରୁ ଆସିଛି।

  • ଜାଲି କଲ କରିବା ଏବଂ ବିଭିନ୍ନ ବାହାନା କରି ବ୍ୟବହାରକାରୀମାନଙ୍କ ବିଶ୍ୱାସ ଜିତିବା ଦ୍ୱାରା ଯେପରିକି

o କେୱାଇସି ପଡେଟ୍‌ କରିବା

o ଆଧାର ଲିଙ୍କ କରିବା

o ମାଗଣା ଉପହାର / ଲଟେରୀ / ପୁରସ୍କାର ପ୍ରଦାନ

o ବ୍ୟାଙ୍କ / ଗ୍ୟାସ ଏଜେନ୍ସଇତ୍ୟାଦିରୁ ଗ୍ରାହକ ସେବା ଅଧିକାରୀ ଇତ୍ୟାଦି.

  • ବ୍ୟବହାରକାରୀଙ୍କୁ ଟଙ୍କା ଗ୍ରହଣ କରିବାକୁ ବାର୍ /କ୍ୟୁଆର୍‌ କୋଡ୍ ସ୍କାନ୍ କରିବାକୁ କହିବା ଦ୍ୱାରା

  • ଗୁଗଲ୍‌ରେ ଅପଡେଟ୍ ହୋଇଥିବା ନକଲି କଷ୍ଟମର୍‌ କେୟାର୍‌ ନମ୍ବରକୁ ବ୍ୟବହାରକାରୀଙ୍କୁ କଲ୍ କରିବାକୁ କହିବା ଦ୍ୱାରା।